ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଫାଇଲିନ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ପୁନର୍ଗଠନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।ପୁନର୍ଗଠନ କାର୍ଯ୍ୟ ଦାୟିତ୍ଵରେ ଥିବା ବିଭାଗ ପାଇଁ ମୁଖ୍ୟମନ୍ତ୍ରୀ ଏକ ସମୟ ସୀମା ଧାର୍ଯ୍ୟ କରି ସେହି ସମୟ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ରବିଫସଲକୁ ଆଖିଆଗରେ ରଖି ଜାନୁଆରୀ ୧୫ ତାରିଖ ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ଉଠା ଜଳସେଚନ ପଏଣ୍ଟ ଗୁଡିକର ମରାମିତ ଏବଂ ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଳସମ୍ପଦୟ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।ସେହିପରି କ୍ଷତିଗ୍ରସ୍ତ ନଦୀ ଓ କେନାଲଗୁଡ଼ିକର ମରାମତ୍କାର୍ଜ୍ୟୟ ୩୧ମାର୍ଚ୍ଚ ସୁଦ୍ଧା ଶେଷ କରିବା ଏବଂ ସମସ୍ତ କ୍ଷତିଗ୍ରସ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଗୁଡିକର ସ୍ଥାୟୀ ମରାମତି କାର୍ଯ୍ୟ ମଧ୍ୟ ୩୧ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟାରଗଞ୍ଜାମଜିଲ୍ଲାରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ବିଶେଷ କ୍ଷତି ଘଟାଇଛି । ତେଣୁ ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ସ୍କୁଲ ଗୃହଗୁଡ଼ିକର ପୁନଃନିର୍ମାଣ କାର୍ଯ୍ୟ ଆଗାମୀ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟାରେ କୃଷି ବିଶେଷତଃ ଉଦ୍ୟାନକୃଷିରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ତେଣୁ ଉଦ୍ୟାନକୃଷି ଫସଲର ପୁନରୁଦ୍ଧାର ପାଇଁ ବ୍ୟାପକ ଚାରା ରୋପଣସହିତ ଆଖୁଚାଷ କାମ ମଧ୍ୟ ଶୀଘ୍ର ଆରମ୍ଭ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ ।ଗଞ୍ଜାମ ଜିଲ୍ଲାରେ କ୍ଷତିଗ୍ରସ୍ତ କାଜୁଚାଷର ପୁନରୁଦ୍ଧାର ପାଇଁ ମୂର୍ତ୍ତିକା ସଂରକ୍ଷଣ ବିଭାଗ ଓ ଉଦ୍ୟାନ କୃଷି ବିଭାଗ ମିଳିତ ଭାବରେ ପଦକ୍ଷେପ ନେବା ସହିତ ଏଥିପାଇଁ MNREGS ପାଣ୍ଠି ଉପଯୋଗ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ଘରଭଙ୍ଗାସହାୟତା ଅର୍ଥ ଓ ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜାଲ କ୍ଷତି ବାବଦସହାୟତା ବଣ୍ଟନ,ଚାଷ କ୍ଷୟକ୍ଷତିର ଆକଳନ ଏବଂ କୃଷି ଋଣ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେରାଜସ୍ଵମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର,ମୁଖ୍ୟଶାସନ ସଚିବ ଶ୍ରୀ ଯୁଗଳକିଶୋର ମହାପାତ୍ର,ଉନ୍ନୟନ କମିଶନର,ଅତିରିକ୍ତ ମୁଖ୍ୟ ଶାସନ ସଚିବବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଏବଂ ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।
Friday, 27 December 2013
ବିଜୁ ଜନତାଦଳର ପ୍ରତିଷ୍ଠା ଅବସରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ[odishan.com]
ବିଜୁ ଜନତାଦଳର ପ୍ରତିଷ୍ଠା ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ବିଜୁ ଜନତା ଦଳର ଶୁଭେଚ୍ଛୁ ଓ କର୍ମୀ ଭାଇ ଭଉଣୀ ମାନଙ୍କୁ ମୋର ଅଭିନନ୍ଦନ । ବିଜୁ ବାବୁଙ୍କ ଆଦର୍ଶରେ ଆମଦଳ ଓଡିଶାବାସୀଙ୍କ ସେବା କରିଚାଲିଛି । ଏକ ସମୃଦ୍ଧ ଓ ସ୍ଵାଭିମାନୀ ଓଡିଶା ଗଠନ ତାଙ୍କର ଜୀବନର ଏକ ମାତ୍ର ଲକ୍ଷ୍ୟ ଥିଲା ସେଥିପାଇଁ ସେ ସାରା ଜୀବନ ଲଢେଇ କରିଯାଇଛନ୍ତି । ୧୯୯୭ରୁ୨୦୧୩ ଏଇ ୧୬ ବର୍ଷ ଭିତରେ ବିଜୁ ଜନତାଦଳ ରାଜ୍ୟର ଜନସାଧାରଣଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛି ।ଲୋକଙ୍କ ଆସ୍ଥା ଓ ଭରସାକୁ ଆଧାର କରି ରାଜ୍ୟରେ ସ୍ଵାଭିମାନର ସୁରକ୍ଷା ଏବଂ ବିକାଶ ପାଇଁ କାମ କରିଚାଲିଛି । ପଞ୍ଚାୟତ ସ୍ତରରୁ ଆରମ୍ଭ କରି ସାଧାରଣ ନିର୍ବାଚନରେ ଓଡିଶାବାସୀ ବିଜୁ ଜନତା ଦଳକୁ ଦୃଢ ସମର୍ଥନ କରିଛନ୍ତି । ଗତ ପୌରନିର୍ବାଚନରେ ଓଡିଶା ବାସୀ ବିଜୁ ଜନତାଦଳକୁ ଜେଭଳି ଆଶୀର୍ବାଦ ଦେଇଛନ୍ତି ସେଇଥିପାଇଁ ମୁଁ ସେମାନଙ୍କ ନିକଟରେ ଋଣି । ଦଳର ଏହି ବିଜୟ ପାଇଁ ମୁଁ ଆମର କର୍ମୀ ଭାଇ ଭଉଣୀ ମାନଙ୍କୁ ଧନ୍ୟ ବାଦ ଜଣାଉଛି । ଗତ ୧୩ ବର୍ଷ ଧରି ବିଜୁ ଜନତାଦଳ ନିଜକୁ ରାଜ୍ୟ ର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସାମିଲ୍ କରି ଆସିଛି। ଗାଁ ଠାରୁ ଆରମ୍ଭ କରିସହର ପର୍ଯ୍ୟନ୍ତ କୃଷି ଠାରୁ ଶିଳ୍ପ ପର୍ଯ୍ୟନ୍ତ ରାଜ୍ୟର ସବୁ ଅଞ୍ଚଳର ଓ ସବୁ କ୍ଷେତ୍ରରେ ବିକାଶର ନୂଆ ଧାରା ସୃଷ୍ଟି ହୋଇଛି ।। ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଗରିବଲୋକ ତଫସିଲଭୁକ୍ତ ଜାତି ଓ ଜନଜାତି ଓ ଭିନ୍ନକ୍ଷମ ସମସ୍ତଙ୍କ କଲ୍ୟାଣ ପାଇଁ ନୂଆନୂଆ ଯୋଜନା କାର୍ଯ୍ୟକାରୀ କରା ଯାଉଛି । ଆମର ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ ହେଉଛନ୍ତି ମହିଳା,ଚାଷୀ ଓ ଯୁବ ସମାଜ । ସେମାନଙ୍କୁ ବିକାଶ ଧାରାରେ ସାମିଲ୍ କରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ଚାଷୀଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା,ମହିଳାଙ୍କ ପାଇଁ ପଞ୍ଚାୟତ ଓ ଅର୍ବାନ ବଡିରେ ୫୦% ସରକ୍ଷଣ ର ଶିକ୍ଷା ଓ ତାଲିମ ଜରିଆରେ ଯୁବ ସମାଜର ବିକାଶ ପାଇଁ ନୂତନ ଯୁବନୀତିରେ ଅନେକ ସୁଯୋଗ ଆସିଛି । ଆମ ରାଜ୍ୟ ସରକାର ନିଜ ପାଣ୍ଠିରୁ କଲ୍ୟାଣ ଓ ବିକାଶ ଯୋଜନା କାର୍ଯ୍ୟକାରୀ କରି ପାରିଛନ୍ତି । ଗତ ୧୩ ବର୍ଷ ଭିତରେ ଜଳସେଚନ କ୍ଷମତା ୨୯%ରୁ୫୦% ରେ ପହଞ୍ଚିଛି । କୃଷି ଉତ୍ପାଦନ ବଢିଛି । ଭିତ୍ତିଭୂମିର ବିକାଶ ଘଟିଛି । ସ୍କୁଲରେ ନାମଲେଖା ବଢିଛି,ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା କମିଛି,ସାକ୍ଷରତା ହାର ବଢିଛି,ଶିଶୁ ଓ ମାତୃ ହାର କମିଛି,ଗରିବୀ କମିଛି,ଶିଳ୍ପ ଉତ୍ପାଦନ ମଧ୍ୟ ବଢିଛି । ତଥାପି ଆମକୁ ଆହୁରି ଅନେକ କାମ କରିବାକୁ ଅଛି । ଦେଶର ଆଗୁଆ ରାଜ୍ୟ ମାନଙ୍କ ଉନ୍ନତିକୁ ଆଖି ଆଗରେ ରଖି ପ୍ରତିଦ୍ୱନ୍ଦିତା ମୂଳକ ମନୋଭାବ ନେଇ କାମ କାମ କରିବାକୁ ହେବ । ଆପଣମାନେ ଜାଣନ୍ତି ମୁଁ ସବୁ ବେଳେ କେନ୍ଦ୍ର ର ଅବହେଳା ବିଷୟରେ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଆସିଛି । ଦୈବ ଦୁର୍ବିପାକ ଠାରୁ ଆରମ୍ଭ କୃ ବିଭିନ୍ନ ଉନ୍ନୟନ ମୂଳକ କାମ ମଧ୍ୟ କେନ୍ଦ୍ରର ଅବହେଳା ସମସ୍ତଙ୍କୁ ଦୁଃଖ ଦେଇଛି । କେନ୍ଦ୍ରର ଏଭଳି ମନୋଭାବ ଆମର ସଙ୍ଘୀୟ ଚିନ୍ତାଧାରାକୁ କ୍ଷୁର୍ଣ୍ଣ କରୁଛି । ଗତ ପୌରନିର୍ବାଚନରେ କଂଗ୍ରେସ ଓ ବିଜେପି ଦଳ ଓଡିଶାବାସୀଙ୍କ ବିଶ୍ଵାସ ହାସଲକରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । କେନ୍ଦ୍ରୀୟଦଳଭାବରେ ଦାବି କରୁଥିବା ଏହି ଦଳଗୁଡିକ ନିଜନିଜ ଶକ୍ତିରେ କେନ୍ଦ୍ରରେ ସ୍ଥିରସରକାର ଦେଇପାରିବେନାହିଁ। କଂଗ୍ରେସର ଦୁର୍ନୀତି ଓ ବିଜେପିର ସାମ୍ପ୍ରଦାୟୀକ ରାଜନୀତି ଆମଦେଶକୁ ଦୁର୍ବଳ କରିଦେଇଛି । ଏକ ସ୍ଥିର,ସ୍ଵଚ୍ଛ ଓ ଧର୍ମନିରପେକ୍ଷ ସରକାର ହିଁ ଭାରତ ଭାଷୀଙ୍କ ଆଶା ଓ ଆକାଂକ୍ଷା କୁ ପୂର୍ଣ୍ଣ କରିପାରିବ ଏବଂ ଏହା ବର୍ତ୍ତମାନ ପରିସ୍ଥିତିରେ ଦେଶ ପାଇଁ ଏକ ମାତ୍ର ବିକଳ୍ପ । ବିଜୁ ଜନତା ଦଳ ମଧ୍ୟ ଏହି ସମ୍ଭାବନା କୁ ଦେଖୁଛି । ତେଣୁ ୨୦୧୪ ନିର୍ବାଚନରେ ଓଡିଶାର ବିଧାନ ସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନରେ ଆମକୁ ଅଧିକ ସିଟ ଜିତିବା ପାଇଁ କାମ କରିବାକୁ ହେବ । ଏହା ଦ୍ଵାରା କେନ୍ଦ୍ରରେ ଆମେ ଅଧିକ ଶକ୍ତିଶାଳୀ ହୋଇ ରାଜ୍ୟର ସ୍ଵାର୍ଥ ପାଇଁ ଲଢେଇ କରି ପାରିବା ।ରାଜନୀତିରେ ଲୋକଙ୍କ ବିଶ୍ଵାସ ଓ ଭରସାକୁ ଅନକଣ୍ଡିସନାଲ୍ ଭାବିବା ଅନୁଚିତ । ନିର୍ବାଚନରେ ସଫଳତା ଆମର ଏକ ମାତ୍ର ଲକ୍ଷ୍ୟ ନୁହେଁ । ଲୋକଙ୍କ ଆଶା ପୂରଣ ପାଇଁ ଏହା ଏକ ମାଧ୍ୟମ ଅଟେ । ଗତ୧ ୪ ବର୍ଷ ଧରି ମୁଁ ନିଜକୁ ସାଧାରଣ ଲୋକଙ୍କ ସେବକ ଭାବି କାମ କରିଚାଲିଛି । ମୋ ସାଥିରେ କେହି ଥାଉ ବା ନଥାଉ ମୁଁ ଏହି ଭଳି ଭାବରେ ଓଡିଶାବାସୀଙ୍କ ସେବା କରିଚାଲିଥିବୀ । ବିଜୁଜନତାଦଳ ଗତ ୧୬ ବର୍ଷ ଭିତରେ ଚାରିକୋଟି ଓଡିଆଙ୍କ ଆଶା ଓ ଭରସାର ପ୍ରତୀକ ହୋଇଯାଇଛି । ଲୋକଙ୍କର ଏହି ବିଶ୍ଵାସକୁ ସମ୍ମାନ ଦେଇ ଆମେ ଅଧିକ ନିଷ୍ଠାର ସହ କାମ କଲେ ଆମ ଦଳ ଯେଉଁ ଲକ୍ଷ୍ୟ ନେଇ ଗଠନ କରାଯାଇଥିଲା ତାହା ପୂରଣ ହୋଇପାରିବ ।
ରାଜ୍ୟ ମନ୍ତ୍ରୀମଣ୍ଡଳର ବୈଠକ ଅନୁଷ୍ଠିତ[odishan.com]
ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ୪ ର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ମଧ୍ୟରୁ ଯେଉଁମାନଙ୍କର ୬ବର୍ଷ ଚାକିରୀ ହୋଇଥିବା ସେମାନଙ୍କୁ ସ୍ଥାୟୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏ ସମ୍ପର୍କରେ ଦିନେ ଦୁଇଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ଗୁରୁବାର ଦିନ ଅପରାହ୍ନରେ ସଚିବାଳୟ ଠାରେ ରାଜ୍ୟ କ୍ୟାବିନେଟରେ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଧାରଣ ପ୍ରଶାସନ ବିଭାଗ,ଗ୍ରାମ୍ୟ ଉନୟନ ବିଭାଗ ଏବଂ ଖାଦ୍ୟ ଯୋଗାଣ ବିଭାଗର ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିବାର ବିଶେଷ ସୂତ୍ରରୁ ଜଣାପଡିଛି । ଭୁବନେଶ୍ଵର ମହାନଗର ନିଗମର ନିର୍ବାଚନ ଘୋଷଣା କରାଯାଇଥିବାରୁ କ୍ୟାବିନେଟ ର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇନାହିଁ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କ୍ୟାବିନେଟରେ ଆଲୋଚନା ହେବା ପାଇଁ ଥିବା ପ୍ରସ୍ତାବ ଗୁଡିକ ମନ୍ତ୍ରୀଙ୍କୁ ପୂର୍ବଭଳି ଆଗୁଆ ଦିଆଯାଇନଥିଲା । ଆଲୋଚନା ପରେ ମଧ୍ୟ ମନ୍ତ୍ରୀମାନଙ୍କୁ ସମ୍ପୃକ୍ତ ଫାଇଲ ନେବା ପାଇଁ ମନା କରି ଦିଆଯାଇନଥିଲା ।
Friday, 20 December 2013
ଜାତିସଂଘ ଦ୍ଵାରା ଓଡିଶା ସରକାର ସମ୍ମାନିତ ; ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ- odishan.com
ଗତ ଅକ୍ଟୋବରରେ ସଂଘଟିତ ଫାଇଲିନ୍ ବାତ୍ୟାର ସଫଳ ମୁକାବିଲା ପାଇଁ ମିଳିତ ଜାତିସଂଘ ଆଜି ଓଡିଶା ସରକାରଙ୍କୁ ସମ୍ମାନିତ କରିଛି । ଜାତିସଂଘର ମହାସଚିବ ଙ୍କ ସ୍ଵତନ୍ତ୍ର ପ୍ରତିନିଧି (ବିପର୍ଯ୍ୟୟ ହ୍ରାସ) ମିସ୍ ମାର୍ଗାରେଟା ୱାହଲଷ୍ଟ୍ରମ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତିସଂଘ ପକ୍ଷରୁ ପ୍ରବତ୍ତ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତିସଂଘ ପକ୍ଷରୁ ସମ୍ମାନିତ ହେବାରେ ଭାରତ(ଓଡିଶା) ଦକ୍ଷିଣ ପୂର୍ବ ଏସିଆର ପ୍ରଥମ ରାଜ୍ୟ । ସଚିବାଳୟର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ କରି ଏହାକୁ ଓଡିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ଜନସାଧାରଣ,ଲୋକପ୍ରତିନିଧି ଓ ଗଣମାଧ୍ୟମ ଓ ପାଣିପାଗ ବିଭାଗର ମିଳିତ ସହଯୋଗରେ ରାଜ୍ୟସରକାର ଫାଇଲିନ୍ ବାତ୍ୟାର ସଫଳ ମୁକାବେଲା କରି ପାରିଥିଲେ । ବିପର୍ଯ୍ୟୟ ହ୍ରାସ ପାଇଁ ତଥା ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବେଲା ପାଇଁ ରାଜ୍ୟ ସରକାର ଏକ ACTION plan ପ୍ରସ୍ତୁତ କରିଛନ୍ତି ଏବଂ ଏହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏ ପୁରସ୍କାର ସମସ୍ତଙ୍କ ମିଳିତ ଉଦ୍ୟମରେ ସ୍ଵୀକୃତୀ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିବା ସହିତ ଜାତିସଂଘ କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଉଦବୋଧନ ଦେଇ ମିସ୍ ୱାହଲଷ୍ଟ୍ରମ ବିପର୍ଯ୍ୟୟ ହ୍ରାସ ପାଇଁ ଓଡିଶା ସରକାରଙ୍କ ପଦକ୍ଷେପର ଉଚ୍ଚପ୍ରଶଂସା କରିବା ସହିତ ୨୦୧୫ ରେ ଜାତିସଂଘ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ବିଶ୍ଵ ସମ୍ମିଳନୀରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀମଣ୍ଡଳ ର ସଦସ୍ୟ ବୃନ୍ଦ ଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଡଃ ତାରାଦତ୍ତ ବିପର୍ଯ୍ୟୟ ହ୍ରାସ ପାଇଁ ରାଜ୍ୟସରକାରଙ୍କ ପ୍ରାକ ପ୍ରସ୍ତୁତି ଏବଂ ଫାଇଲିନ୍ ର ମୁକାବେଲା ପାଇଁ ରାଜ୍ୟସରକାରଙ୍କ ପଦକ୍ଷେପ ସମ୍ପର୍କରେ ଭିଡିଓ ଉପସ୍ଥାପନା କରିଥିଲେ ।
Subscribe to:
Comments (Atom)